Svoboda | Graniru | BBC Russia | Golosameriki | Facebook
Jump to content

ଗଣନ ସଂଖ୍ୟା

ଉଇକିପିଡ଼ିଆ‌ରୁ

ଭାରତୀୟ ସଂଖ୍ୟା ପ୍ରଣାଳୀରେ ବସ୍ତୁ ଗୁଡିକୁ ଗଣିବା ପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିର ସଂଖ୍ୟାସବୁକୁ ବ୍ୟବହାର କରାଯାଉଛି । ଏହି ପଦ୍ଧତିର ସଂଖ୍ୟାସବୁ ହେଲା ୧,୨,୩, ........ ଇତ୍ୟାଦି । ୧ଠାରୁ ଆରମ୍ଭ ଏହି ସଂଖ୍ୟା ଶ୍ରେଣୀକୁ ଗଣନ ସଂଖ୍ୟା କୁହାଯାଏ । ଗଣନ ସଂଖ୍ୟା ସମୂହର ପ୍ରତ୍ୟେକ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ବସ୍ତୁ ସମୂହର ସଂଖ୍ୟା ସହ ସମ୍ବନ୍ଧିତ କରାଯାଇଥାଏ । ଏଗୁଡିକୁ ମଧ୍ୟ ପ୍ରାକୃତିକ ସଂଖ୍ୟା କୁହାଯାଏ ।[୧] [୨]

ଗାଣିତିକ ଧର୍ମ

[ସମ୍ପାଦନା]

ଗଣନ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[୩]

  • ଶୁନ (୦ ) ଗଣନ ସଂଖ୍ୟା ଶ୍ରେଣୀର ଅନ୍ତର୍ଭୁକ୍ତ ନୁହେଁ । କାରଣ ବସ୍ତୁର ଗଣନା ସବୁବେଳେ ୧ରୁ ଆରମ୍ଭ ହୋଇଥାଏ ।
  • ସର୍ବନିମ୍ନ ଗଣନ ସଂଖ୍ୟା ହେଉଛି
  • ପ୍ରତ୍ୟେକ ଗଣନ ସଂଖ୍ୟାର ଏକ ପରବର୍ତ୍ତୀ ସଂଖ୍ୟା ରହିଛି ଯାହାକି ପୂର୍ବବର୍ତ୍ତୀ ସଂଖ୍ୟାରେ ଏକ ଯୋଗ କଲେ ମିଳିଥାଏ ।
  • ସେହିପରି ( ) ବ୍ୟତୀତ ପ୍ରତ୍ୟେକ ଗଣନ ସଂଖ୍ୟାର ଏକ ପୂର୍ବବର୍ତ୍ତୀ ଗଣନ ସଂଖ୍ୟା ରହିଛି ଯାହାକି ପରବର୍ତ୍ତୀ ସଂଖ୍ୟାରୁ ଏକ ବିୟୋଗ କଲେ ମିଳିଥାଏ ।
  • ବୃହତ୍ତମ ଗଣନ ସଂଖ୍ୟା ନାହିଁ ।
  1. "Natural Numbers". Retrieved 10 June 2018.
  2. "Natural Number: Definition and Examples". Retrieved 11 June 2018.
  3. "ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା" (PDF). National Institute of Open Schooling. Retrieved 12 June 2018.

ବାହାର ଲିଙ୍କ

[ସମ୍ପାଦନା]