ମେରି କମ
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ପୂରା ନାମ | Mangte Chungneijang Mary Kom | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଡାକନାମ | Magnificent Mary | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜାତୀୟତା | Indian | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Kangathei, Manipur, India | ୧ ମାର୍ଚ୍ଚ ୧୯୮୩||||||||||||||||||||||||||||||||||||||||||||||||||||||||||||||||||||||||||||||||
ଘର | Imphal, Manipur, India | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | ୧.୫୮ m (୫ ft 2 in) | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଓଜନ | 51 kg (112 lb) | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ପତି/ପତ୍ନୀ | K (Karung) Onkholer Kom | ||||||||||||||||||||||||||||||||||||||||||||||||||||||||||||||||||||||||||||||||
Sport | |||||||||||||||||||||||||||||||||||||||||||||||||||||||||||||||||||||||||||||||||
ଦେଶ | India | ||||||||||||||||||||||||||||||||||||||||||||||||||||||||||||||||||||||||||||||||
କ୍ରୀଡ଼ା | Boxing (Rated at 46kg, 48kg, 51kg) | ||||||||||||||||||||||||||||||||||||||||||||||||||||||||||||||||||||||||||||||||
Coached by | M. Narjit Singh, Charles Atkinson | ||||||||||||||||||||||||||||||||||||||||||||||||||||||||||||||||||||||||||||||||
Medal record
|
ମେଂଗତେ ଚଂଗ୍ନେଇଜେଂଗ ମେରି କମ୍(ଏମ୍ ସି ମେରି କମ୍)(ଜନ୍ମ ୧ ମାର୍ଚ୍ଚ ୧୯୮୩) ଯାହାଙ୍କୁ ମେରି କମ୍ ନାମରେ ମଧ୍ୟ ଜଣାଯାଏ, ଜଣେ ଭାରତୀୟ ମହିଳା ମୁଷ୍ଟି ଯୋଦ୍ଧା ଅଟନ୍ତି । ସେ ମୁଷ୍ଟି ଯୁଦ୍ଧରେ 5 ଥରର ବିଶ୍ୱ ଚ୍ୟାମ୍ପିୟାନ ଅଟନ୍ତି। ସେ ହେଉଛନ୍ତି ଏକ ମାତ୍ର ମହିଳା ଯେ କି ୬ ଥର ଯାକ ହୋଇଥିବା ବିଶ୍ୱ ଚ୍ୟାମ୍ପିୟନସିପରେ ପଦକ ଜିତିଛନ୍ତି । "ମ୍ୟାଗନିଫିସେନ୍ଟ୍ ମେରି" ବୋଲାଉଥିବା ମେରି ହେଉଛନ୍ତି ଏକ ମାତ୍ର ଭାରତୀୟ ମହିଳା ଯେ କି ୨୦୧୨ ଲଣ୍ଡନ ଓଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବା ସଙ୍ଗେ ସଙ୍ଗେ ନିଜ ବର୍ଗ (୫୧ କି. ଗ୍ରା.)ରେ କାଂସ୍ୟ ପଦକ ମଧ୍ୟ ଜିତିଥିଲେ। ମେରିଙ୍କର ଆତ୍ମଜୀବନୀ “Unbreakable”କୁ ପ୍ରିୟଙ୍କା ଚୋପ୍ରା ତାଙ୍କ ଚଳଚ୍ଚିତ୍ର ମେରି କମରେ ଚିତ୍ରଣ କରିଛନ୍ତି । ମେରି ମଧ୍ୟ ଇମ୍ଫାଲରେ କେବଳ ମହିଳାମାନଙ୍କ ପାଇଁ ଏକ ଯୁଦ୍ଧ ଆଖଡ଼ା (fight club) ଆରମ୍ଭ କରିଛନ୍ତି, ଯେଉଁଠି ଝିଅମାନଙ୍କୁ ଯୌନ ହିଂସାକୁ ପ୍ରତିରୋଧ କରିବାପାଇଁ ତାଲିମ ଦିଆଯିବ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମେରି କମଙ୍କ ଜନ୍ମ ମଣିପୁରର ଚୁରାଚାଂଦପୁର ଜିଲ୍ଲାର ଏକ ଗରିବ କୃଷକ ପରିବାରରେ ହୋଇଥିଲା। ସେ ତାଙ୍କ ପ୍ରାଥମିକ ଶିକ୍ଷା ଲୋକଟକ ଖ୍ରୀଷ୍ଟିୟାନ ମଡେଲ ସ୍କୁଲ ଏବଂ ସେଣ୍ଟ ଜାଭିୟର ସ୍କୁଲରେ ସମାପ୍ତ କଲେ। ପରବର୍ତ୍ତୀ ଶିକ୍ଷା ପାଇଁ ସେ ଆଦିମଜାତି ହାଇ ସ୍କୁଲ, ଇମ୍ଫାଲ ଗଲେ । ହେଲେ ପରୀକ୍ଷାରେ ଫେଲ ହୋଇଯିବାରୁ ସେ ସ୍କୁଲ ଛାଡ଼ି ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଲେ । ମେରି କମଙ୍କ ବିବାହ ଓନଲର କମଙ୍କ ସହିତ ହୋଇଛି ଓ ତାଙ୍କର ୩ଟି ସନ୍ତାନ ଅଛନ୍ତି ।
ସମ୍ମାନ
[ସମ୍ପାଦନା]ମେରି କମ୍ ୨୦୦୧ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ମହିଳା ବକ୍ସିଂ ଚ୍ୟାମ୍ପିୟନସିପ୍ ଜିତିଥିଲେ ଏବଂ ସେ ଏବେ ପର୍ଯ୍ୟନ୍ତ ୧୦ ଥର ଜିତି ସାରିଛନ୍ତି। ବକ୍ସିଂରେ ଦେଶର ନାମ ଉଜ୍ୱଳ କରିଥିବା ହେତୁ ଭାରତ ସରକାର ୨୦୦୩ ମସିହାରେ ମେରି କମଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ ତଥା ଜୁଲାଇ ୨୯, ୨୦୦୯ରେ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପ୍ରଦାନ କରିଥିଲେ।
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- : ଭାରତୀୟ ପୁରୁଷ ହକି ଦଳ (୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪, ୧୯୮୦)
- : ଅଭିନବ ବିନ୍ଦ୍ରା(୨୦୦୮)
- : ନୀରଜ ଚୋପ୍ରା(୨୦୨୦)
- : ନର୍ମାନ ପ୍ରିଟ୍ଚାର୍ଡ (୧୯୯୦, ୧୯୦୦)
- : ଭାରତୀୟ ପୁରୁଷ ହକି ଦଳ (୧୯୬୦)
- : ରାଜ୍ୟବର୍ଦ୍ଧନ ସିଂ ରାଠୋର(୨୦୦୪)
- : ବିଜୟ କୁମାର(୨୦୧୨)
- : ସୁଶିଲ କୁମାର(୨୦୧୨)
- : ପି. ଭି. ସିନ୍ଧୁ(୨୦୧୬)
- : ସାଇଖୋମ ମିରାବାଇ ଚାନୁ(୨୦୨୦)
- : ରବି କୁମାର ଦହିୟା(୨୦୨୦)
- : କେ.ଡି. ଯାଦବ (୧୯୫୨)
- : ଭାରତୀୟ ପୁରୁଷ ହକି ଦଳ (୧୯୬୮, ୧୯୭୨, ୨୦୨୦)
- : ଲିଆଣ୍ଡର ପେସ(୧୯୯୬)
- : କର୍ଣ୍ଣମ ମଲ୍ଲେଶ୍ୱରୀ(୨୦୦୦)
- : ବିଜେନ୍ଦର ସିଂ(୨୦୦୮)
- : ସୁଶିଲ କୁମାର(୨୦୦୮)
- : ସାଇନା ନେହ୍ୱାଲ(୨୦୧୨)
- : ମ୍ୟାରି କମ(୨୦୧୨)
- : ଗଗନ ନାରଙ୍ଗ(୨୦୧୨)
- : ଯୋଗେଶ୍ଵର ଦତ୍ତ(୨୦୧୨)
- : ସାକ୍ଷୀ ମଲ୍ଲିକ(୨୦୧୬)
- : ପି. ଭି. ସିନ୍ଧୁ(୨୦୨୦)
- : ଲଭଲିନା ବୋରଗୋହେଇନ(୨୦୨୦)
- : ବଜରଙ୍ଗ ପୁନିଆ(୨୦୨୦)